ଭ୍ରାତୃତ୍ବ ଭାବନା

ଏକ ନଭ ତଳେ ହୃଦୟ ଧାରୀ ଆମେ
                            ସହୃଦୟେ ଜୀବନ ବିତେଇବା,
ଭିନ୍ନ ମା ଗର୍ଭୁ ହେଲେହେଁ ଜାତ
                            ସର୍ବତ୍ର ଭ୍ରାତୃତ୍ଵ ଜ୍ୟୋତି ଜଳେଇବା  ।
ଏଇ ଧରା ହିଁ ତ ମାଆ
                             ଆମେ ସଭିଏଁ ତାରି ଛୁଆ
ପ୍ରତି ହୃଦ୍ ସ୍ପନ୍ଦନେ ଲାଗିଥାଉ
                              ସଦା ଭ୍ରାତୃତ୍ଵ ଭାବର ନିଆଁ ।
ଲାଭ କ୍ଷତିର ହିସାବ ତ
                              ଖାଲି ଚାଲିଅଛି ଏଇଠି
ସେବା ମନୋଭାବ ପରୋପକାର
                          କୁହ ଦେଖିବାକୁ ମିଳୁଛି କେଉଁଠି  ।
ଗର୍ବ ଅହଙ୍କାର ପୁଣି ହିଂସା
                            ସର୍ବତ୍ର ଲୋଭ ମୋହ ଆଉ ମାୟା,
ଦୁଃଖ ସମୟେ କାହାରି ପାଖେ
                                କୁହ କିଏ ହେଉଛି କି ଠିଆ  ।
ଶୁଭୁଛି ଖାଲି ଏଟା ତୋର ସେଟା ମୋର
                                  କାହିଁ ସେ ବିଶ୍ଵ ଭ୍ରାତୃତ୍ଵ ଭାବନା,
କେବେ ଏ ମଣିଷ ମଣିଷ ହେବ
                      କରି ପାରିବ କିଏ ତାର ପରିକଳ୍ପନା ।
ଆସ ବନ୍ଧୁ ଆମେ ସଭିଁଏ
                      ଜୀବନର ସଦ୍ଭାବନାକୁ ଜାଗ୍ରତ କରିବା,
ବସୁଧୈବ କୁଟୁମ୍ବକମ୍ ମନ୍ତ୍ରକୁ
                            ପ୍ରତିଟି ହୃଦୟରେ ସ୍ଥାନ ଦେବା  ।

ଦୟାନିଧି ବଗର୍ତ୍ତୀ

ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର, ବରଗଡ଼

ସତରେ କ’ଣ ଏ ସ୍ଵାଧୀନ ଭାରତ

ସତରେ କ’ଣ ଏ ସ୍ଵାଧୀନ ଭାରତ
               ବ୍ରିଟିଶ୍ ମୋ ଭୂମି ଛାଡ଼ିଲା
               ସତସ୍ତରି ବର୍ଷ ଯେ ବିତିଲା
        ସ୍ବାଧୀନତାର ସ୍ଵାଦ କିଏ ଚାଖିଚି କୁହତ
       ସତରେ କ’ଣ ଏ ସ୍ଵାଧୀନ ଭାରତ   ।
କଣ ସ୍ଵାଧୀନତା ଏକ ଅଭିନୟ ମାତ୍ର
                ଯେଉଁଠି ମିଳିବନି ଉଚିତ୍ ନ୍ୟାୟ
                 ସବୁଠି ବିଦ୍ୟମାନ ଦୁର୍ନୀତି ପ୍ରାୟ
       କଣ ଇଏ ଗାନ୍ଧୀଙ୍କ ରାମରାଜ୍ୟ ଭାରତ
          ସତରେ କ’ଣ ଏ ସ୍ବାଧୀନ ଭାରତ   ।
କୁହ କେତେଦିନ ଆଉ ଏ ଦେଶ ଦେଖିବ
                  ନିରୀହ ଗରିବର ସେ ଦାରିଦ୍ର୍ୟତା
                  କୁହ କୁଆଡେ଼ ଗଲା ସେ ସମାନତା
        କେମିତି କହିବି ମୁଁ ଏଯେ ନବ ଭାରତ
         ସତରେ କ’ଣ ଏ ସ୍ବାଧୀନ ଭାରତ     ।
ପ୍ରଗତି ନାଁରେ ଆଉ କେତେ ପ୍ରହସନ
                     ଅଗମ୍ୟ ଗାଁରେ କାହିଁ ବିଜୁଳି କି ପକ୍କା ସଡ଼କ
                     ଏଠି ସେଠି ମାଳମାଳ ଖାଲି ମିଛ ଫଳକ
             କୁହ କ’ଣ ଏ ମୋ ଉନ୍ନତ ଭାରତ
             ସତରେ କ’ଣ ଏ ସ୍ଵାଧୀନ ଭାରତ   ।
କେବେ ହେବ ସେ ସୁନାର ଭାରତ
                       ଥିବ ଯେଉଁଠି ନବ ଆଶାର ଆଲୋକ
                       ବ୍ୟାପିବ ସର୍ବତ୍ର ସତ ପ୍ରଗତିର ମହକ
              ତେବେ ତ ଦୟାନିଧି କହିବ
               ଇଏ ମୋ ସ୍ଵାଧୀନ ଭାରତ
              ହଁ ହଁ ଇଏ ମୋ ସ୍ଵାଧୀନ ଭାରତ  ।
                     ***🙏🙏🙏***

Happy Friendship Day

Dayanidhi’s heart finds home in friends so dear,
A sense of belonging, always near.

In times of joy, in times of woe,
Friends are the ones who make our hearts glow.

With every laugh, with every tear,
Friends are the ones who banish our fear.

Through life’s ups and downs, they stand by our side,
A constant presence, a love that won’t subside.

Dayanidhi’s heart beats for friends so true,
A treasure of memories, forever shining through.

बूंदों की बौछार

बूंदों की बौछार में जब सावन आता है,

धरती की हरियाली से मन खिल जाता है।

बादलों की गड़गड़ाहट, बिजली का खेल,

मन में उमंग और दिल में नया मेल।

बारिश की बूंदें जैसे मोती की माला,

धरती पे बिछती, हर ओर खुशी का उजाला।

पर्वत और नदियाँ भी झूम उठते हैं,

बरसात की इस रुत में सब महक उठते हैं।

नदियों का संगम, झरनों की फुहार,

सावन की इस रुत में मन करता है प्यार।

पक्षियों का चहचहाना, मोरों का नृत्य,

बरसात की इस रुत में सबकुछ लगता है सत्य।

प्रकृति का यह रूप बड़ा ही प्यारा है,

सावन की फुहार में दिल हमारा हारा है।

दयानिधि कहे, इस रुत का हर पल प्यारा है,

बरसात की बूँदों में बसा एक सपना हमारा है।

तुम मेरी नई दुनिया हो

यहाँ हिंदी में एक गाना है:

तुम मेरी नई दुनिया हो
तुम मेरी जान हो
तुम्हारे बिना मैं कुछ नहीं हूँ
तुम मेरी पहचान हो

तुम्हारी आँखों में मैंने देखा है
एक नया जहाँ
तुम्हारी मुस्कान में मेरा दिल खो जाता है

तुम्हारी आवाज़ में मैंने सुना है
एक मधुर गीत
तुम्हारे साथ में मैंने महसूस किया है
एक नया मीत

हमारी प्रेम कहानी अभी शुरू हुई है
तुम्हारे साथ में मैंने अपना सपना देखा है

तुम मेरी नई दुनिया हो
तुम मेरी जान हो
तुम्हारे बिना मैं कुछ नहीं हूँ
तुम मेरी पहचान हो

ନୂଆ ଖାଇ ଜୁହାର

ନୂଆ ଖାଇ ତିହାର୍ ଆସିଛେ
ସବୁ ଆଡ଼େ ନୂଆ ନୂଆ ଲାଗୁଛେ,
ନୂଆ ପିନ୍ଧନ୍ ନୂଆ ମନ୍
ସତେ ମନ୍ ଟା ଗହକି ଯାଉଛେ l
ରାଗ୍ ଋଷା ସଭେ ଛାଡ଼ି
ଗୋଟେ ଠାନେ ବସୁଛନ୍,
ଝଗ୍ଡା ଝାଟି ଯେତେ ଥିଲେ ବି
ଭାଇ ଭାଇ ସାଙ୍ଗେ ମିଶୁଛନ୍ l
ଘର୍ କେ ଫିରି ଆସିଛେ
ମୋର୍ ପର୍ଦେଶିଆ ଭାଇ,
ନୂଆ ତିଆର୍ ମନାମି ବୋଲି
ପର୍ଦେଶ କେ ଛାଡ଼ିଦେଇ l
ମାଁ ଗୋ ମୋର୍ ମାଁ ମାଣିକେଶ୍ଵରୀ
ତୋର୍ ପାହା ତଲେ କୋଟି ମୁଡ଼ିଆ,
ଇ ବଛର ବି ଖୁସିନେ କଟୁ
ହେଇଥିବୁ ଗୋ ସବୁବେଲେ ସାହା l
ସର୍ଦ୍ଧା ମନେ ସଭ୍ କେ
ନୂଆ ଖାଇର୍ ନୂଆ ଜୁହାର୍,
ଦୟାନିଧିର୍ ହୁରୁଦ୍ ଭିତୃ
ସଭ୍ କୁ ମୋର୍ ନୂଆ ଖାଇ ଜୁହାର୍ l
🙏🙏🙏ନୂଆ ଖାଇ ଜୁହାର 🙏🙏🙏

ଦୟାନିଧି ବଗର୍ତ୍ତୀ
ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ
ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର

ବନ୍ଧୁ ଓ ବନ୍ଧୁତ୍ୱ (ଦୟାନିଧି ବଗର୍ତ୍ତୀ)

ବନ୍ଧୁ  ଶବ୍ଦଟିଏ ଏତ ବିଶ୍ଵାସର
ବନ୍ଧୁ ଶବ୍ଦଟିଏ ଏତ  ଶୁଦ୍ଧ ସଂପର୍କର
ସ୍ୱାର୍ଥପର ପ୍ରେମଠୁ ବଳିକି ପବିତ୍ର ବନ୍ଧୁତ୍ବ
ଯା’ ପାଖେ ଅଛି ପ୍ରକୃତ ଧନୀ ସିଏତ
ବନ୍ଧୁ ସେତ ଶବ୍ଦଟିଏ ଆଶା ଓ ଭରସାର     l

ଜନ୍ମ ସିନା ନିର୍ଣ୍ଣୟ କରିନିଏ
ବାପା କିଏ ମାଆ କିଏ ପୁଣି ଭାଇ କିଏ
ଜୀବନେ ବନ୍ଧୁ ହୋଇଯାଏ କିଏ ଜଣେ ଅଜଣା
ଦେବାକୁ ପଡେନି ଲାଞ୍ଚର ଖଜଣା
ଯିଏ ଭାବରେ ଭାବରେ ବନ୍ଧା ହୁଏ
ହଁ ସେ ହିଁ ତ ବହୁମୂଲ୍ୟ ବନ୍ଧୁଟିଏ        l

ଏ ଦୁନିଆ ଜାଣିଛି
କୃଷ୍ଣ ସୁଦାମାଙ୍କ ପବିତ୍ର ବନ୍ଧୁତ୍ବ
ଜଣେ ଥିଲା ଆରେକର ପରିପୂରକ
ଜଣେ ରାଜକୁମାର ତ ଅନ୍ୟ ଜଣେ ଗରିବ
ତଥାପି ଥିଲା ଉଚ୍ଚ କୋଟୀର ସେ ସମ୍ପର୍କ
ହଁ ସେ ହିଁ ତ ନିଃସ୍ଵାର୍ଥ ବନ୍ଧୁତ୍ବ,ଯୁଗ ଯୁଗ ପାଇଁ ଦୃଷ୍ଟାନ୍ତ  l

ଜୀବନ ପଥେ ଚାଲୁ ଚାଲୁ
କେତେ ଯେ ଚେହେରା ଦେଖା ହୁଏ
କିଏ ମୁଁହ ମୋଡ଼ି ଚାଲିଯାଏ
ତ କିଏ ଯାଏ ହାତ ଛାଡ଼ି
ହେଲେ ପ୍ରକୃତ ବନ୍ଧୁ ତ ସିଏ
ଯିଏ ବିନା ଲୋଭେ ନିଜର ହୋଇ ରହେ     l
    ଦୟାନିଧି ବଗର୍ତ୍ତୀ
ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ
ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର

ଜୟ ଶ୍ରୀ ରାମ

ରାମ ରାମ ରାମ
ହୋଇପାରେ ଖାଲି ଦୁଇ ଅକ୍ଷରର ନାମ,
ଜପିଲେ ସେ ରାମ ନାମ
ହୃଦୟେ ହୁଅଇ ଶାନ୍ତିର ଆଗମନ l

ସେ ହରି ଚକ୍ରଧାରୀ
ମାନବ ରୂପେ ଅବତରିଲେ,
ସତ୍ୟ ଧର୍ମ ନ୍ୟାୟର ପଥ
ଏ ଦୁନିଆକୁ ଶିଖାଇଗଲେ l

ପାଳିବାକୁ ପିତୃ ସତ୍ୟ
କେତେ ଯେ କଷ୍ଟ ସହିଗଲେ
ପୁଣି ନିଷ୍ପାପ ଭ୍ରାତୃତ୍ୱ ଓ ବନ୍ଧୁତ୍ୱ
ଏ ଜଗତକୁ ଦେଖାଇଗଲେ l

ଧନ୍ୟ ଏ ଭାରତ ଭୂମି
ଯହିଁ ପ୍ରଭୁ ରାମଙ୍କ ଜନମ,
ପ୍ରତି ଧୂଳିକଣା ଗାଏ ଏଠି
ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ l

ତବ ପାଦ ପଦ୍ମେ କୋଟି ପ୍ରଣାମ
ଶୁଣ ହେ ରାମ ଡାକ
ଦୟାନିଧି ମାଗଇ ହେ ପ୍ରଭୁ
ସଂସାର ଲାଗି ଟିକିଏ ସୁଖ l

ଦୟାନିଧି ବଗର୍ତ୍ତୀ
ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ
ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର

ଜୀବନ କଲମ

ଦୟାନିଧି ବଗର୍ତ୍ତୀ

ଜୀବନ କଲମର ସ୍ୟାହି
                              ସରି ସରି ଯାଉଛିରେ ଭାଇ
ନିଜ ଭାଗ୍ୟ ନିଜ ହାତେ ଲେଖ
                           ଆଉ ସମୟ ନାହିଁ  ଆଉ ସମୟ ନାହିଁ     |
ଯାହା କରନା କାହିଁକି
                           ଏ ଦୁନିଆ ତ କହିବ
କରୁଛ ଯଦି ଏମିତି କର
                     ପ୍ରଶଂସା ସେଇ ଦୁନିଆ ହିଁ କରିବ             |

ଜନ୍ମ ମୃତ୍ୟୁ ଦୁଇଟି ହିଁ ତ
                         ଏ ମିଛ ସଂସାରେ କଟୁ ସତ୍ୟ
ଜୀବନର ମୂଲ୍ୟ ପାରିଲେ ରଖି
                 ସ୍ୱର୍ଗ ହୋଇଯିବ ଏଇ ମର୍ତ୍ତ୍ୟ                   |
ରାଗ ରୁଷା ଲୋଭ ମୋହରେ
                                 ନ କଟୁ ଏ ଦୁର୍ଲଭ ଜୀବନ
କଲେ କର୍ମ ସେବା ଆଉ ଦାନ
                               ହେବ ସତେ  ମହାପୂଣ୍ୟ ଅର୍ଜନ       |
ଚ଼ାରି ଦିନର ଅଟେ ଏ ଜୀବନ
                                 ଦି ଦିନ ଦୁଃଖରେ ଦି ଦିନ ସୁଖ
ପ୍ରଭୂ ପାଦ ତଳେ ଏତିକି କାମନା
                           ଭରି ଦିଅନ୍ତୁ ଜୀବନ ଫୁଲରେ ମହକ    |

ହେ ମାଆ

ମାଆ କୋଳ ହିଁ ତ
                          ସରଗ ଅଟଇ ଛୁଆ ପାଇଁ,
ମାଆର ଅମୂଲ୍ୟ ସ୍ନେହ ତ
                           କୋଟି ଟଙ୍କା ବଦଳେ ମିଳଇ ନାହିଁ      |

ସନ୍ତାନଠୁ ଯା’ର କିଛି ଲୋଡ଼ା ନାହିଁ
                             ସେ ହିଁ ତ ଅଟଇ ମାଆ
ସନ୍ତାନ ଲାଗି ତା’ ପଣତ କାନି
                       ସଦା ସର୍ବଦା ହୁଅଇ ସାହା                |

ବଡ଼ ହେଲେ ଯେତେ ହେଉ ପଛେ
                           ପୁଅ ତ ଅବୋଧ ଶିଶୁଟିଏ ମାଆ ପାଇଁ,
ମାଆ ଅଟଇ ପରା ସ୍ନେହର ଭଣ୍ଡାର
                         ତାହାରି ଜୀବନ ତ ଛୁଆର ସୁରକ୍ଷା ପାଇଁ    |

ନିଜେ ନ ଖାଇ  ଛୁଆ ପେଟ ଭରିଦିଏ
                               ସେ ହିଁ ତ ଜନମ ଦାୟିନୀ ମାଆ,
ମାଆ ଡାକେ ଯା’ର ପେଟ ଭରିଯାଏ
                         ଅଟଇ ସିଏ ତ କୃପାମୟୀ ମାଆ       |

ହେ ମାଆ ମୋର ସବୁ ଜନ୍ମେ ତୋର
                               ଜନମିବି ହୋଇ ତୋରି ଛୁଆ
କୋଟି ନମସ୍କାର ଘେନ ଗୋ ଜନନୀ ମୋର
                             ହାତ ଧରି ମୋର ଦେଖାଉ ଥିବୁ ରାହା    |

Design a site like this with WordPress.com
Get started